ମାଲକାନଗିରିରୁ ପୁଣି ୫୩ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୨,୯୮୮କୁ ବୃଦ୍ଧି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୫୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୮୮କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳରୁ ୧୫ଜଣ, ଚିତ୍ରକୋଣ୍ଡା ବ୍ଲକରୁ ୧୨ ଜଣ, କାଲିମେଳା ବ୍ଲକରୁ ୮ଜଣ, ମାଲକାନଗିରି ବ୍ଲକରୁ ୭ଜଣ, ବାଲିମେଳା ଏନଏସିରୁ ୬ଜଣ, ଖଇରପୁଟ ଓ ପଡ଼ିଆ ବ୍ଲକରୁ ୨ଜଣ, ମାଥିଲି ବ୍ଲକରୁ ଜଣେ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୦ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୧୯ଜଣ କ୍ଲିନିକରୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୪ ଜଣ ଘର ଘର ସର୍ଭେ ବେଳେ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୮୮ ହୋଇଥିବାବେଳେ ୨,୬୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୮ଜଣଙ୍କର ମୃତ୍ୟୁ ଘଟିଛି ଓ ୩୪୭ ଜଣ ଚିକିତ୍ସିତ ହେଉଛନ୍ତି।