ବିରାଟ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରେ କିଛି ଏପରି ଢଙ୍ଗରେ ଜବାବ ଦେଲେ ମୋଦୀ ରିପୋଟର୍ସ By Nitidin Last updated Sep 18, 2020 Share ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ଅବସରରେ ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସମେତ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ଆଉ ଏହାର ଜବାବ ଦେବାକୁ ଯାଇ ମୋଦୀ ବି କୋହଲୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ବିରାଟ ଓ ଅନୁଷ୍କା ପିତାମାତା ହେବାକୁ ଯାଉଥିବାରୁ ମୋଦୀ ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି। ଆଉ ଆଗାମୀ ଦିନରେ ସେ ଦୁହେଁ ଭଲ ପିତାମାତା ହେବେ ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ଏପରି ଶୁଭେଚ୍ଛା ପାଇବା ପରେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଥିବା ଅନୁଷ୍କା ଶର୍ମା ମଧ୍ୟ ତୁରନ୍ତ ଜବାବ ଦେଇଛନ୍ତି। ଅନୁଷ୍କା କହିଛନ୍ତି ଯେ, ଶୁଭକାମନା ପାଇଁ ଧନ୍ୟବାଦ ସାର୍ । ସୂଚନାଯୋଗ୍ୟ, ବିରାଟ ଆଇପିଏଲ୍ ୨୦୨୦ରେ ଅଂଶଗ୍ରହଣ କରିବା ପାଇଁ ୟୁଏଇରେ ଥିବାବେଳେ ଅନୁଷ୍କା ମଧ୍ୟ ତାଙ୍କ ସହ ଅଛନ୍ତି। Share