ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନର ମାଛଗଡ଼ ସାହାରପଡ଼ା ରାସ୍ତାର ଭାଲିଆଡ଼ିହା ନିକଟରୁ ବନ ବିଭାଗ ଏକ ଅଟୋରୁ ୫୦ କେଜି ଚନ୍ଦନ କାଠ ଜବତ କରିଛି। ଏହାସହ ଅଟୋକୁ ଜବତ କରି ଅଟୋ ଡ୍ରାଇଭରକୁ ଅଟକ ରଖିଛି। ଅଟକ ଥିବା ଅଟୋ ଡ୍ରାଇଭର ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ବଡ଼ଦେଉଳି ଗ୍ରାମର ଟିକେଶ୍ୱର ମହାକୁଡ଼(୨୮) । ଅନ୍ୟଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଅଟୋରେ ଚନ୍ଦନ କାଠ ନେଇ ସାହାରପଡ଼ା ଆଡ଼କୁ ଆସୁଥିବା ସମୟରେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଚଢ଼ଉ କରିଥିଲା। ଏହି ଚଢ଼ଉରେ ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ ଓ ସାହାରପଡ଼ା ବନପାଳ ମୋହିନୀ ମହାନ୍ତ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।