ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଞ୍ଚଳରେ ୩ଦିନ ହେବ ୨୫ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ହାତୀପଲ ଦିନବେଳା କରଞ୍ଜିଆ ରେଞ୍ଜରେ ରହୁଥିବାବେଳେ ରାତି ହେଲେ ପାଟଣା ରେଞ୍ଜ ଅଞ୍ଚଳକୁ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ବିଳମ୍ବିତ ରାତିରେ ହାତୀପଲ ବାଇକଳା, ଟାଭାସରୁଆ, ଲକ୍ଷ୍ମୀପଶି, ଗୁଣ୍ଡୁରିପଶି, ତେଣ୍ଡେରା, ନୂଆଗାଁ, ହରିହରପୁର, ଦାସପଡ଼ାରେ ଧାନ ଫସଲ ନଷ୍ଟ କରିବା ସହ ଟଭାସରୁଆ ଗ୍ରାମର ହୃଦାନନ୍ଦ ମହାରଣା, ଦାସପଡ଼ାର ସୁଦନ ମୁଣ୍ଡା ଓ ଗୁଣ୍ଡୁରୀପଶି ଗ୍ରାମର ଶରତ ନାୟକଙ୍କ ଘର ଭାଙ୍ଗି ନଷ୍ଟ କରିଛନ୍ତି। ହାତୀପଲ ଏବେ ପୁରୁଣାପାଣି ଜଙ୍ଗଲରେ ଥିବା ନେଇ ବନ ବିଭାଗ ସୂଚନା ଦେଇଛି।