ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ଲକଡାଉନ ସତ୍ତେ୍ୱ ଗଞ୍ଜେଇ ଚୋରା ଚାଲାଣ କାରୀମାନେ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରି ଗିରଫ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଏକ ତେଲ ଟ୍ୟାଙ୍କର ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ସମୟରେ ଜଣେ ବ୍ୟକ୍ତିକୁ ରାଇକିଆ ପୁଲିସ୍ ଗିରଫ କରିବା ତେଲ ଟାଙ୍କି ଗାଡ଼ିରୁ ୫୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ଗିରଫ ବ୍ୟକ୍ତିର ନାମ ଗୋଲକ ବିହାରୀ ଦାସ।
ଖବରରୁ ପ୍ରକାଶ ଯେ, ଶୁକ୍ରବାର ସକାଳୁ ପୁଲିସ ପାଟ୍ରୋଲିଂ ବେଳେ ସନ୍ଦେହରେ ଭାରତ ପେଟ୍ରୋଲିୟମ୍ ଲେଖାଥିବା ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲ। ଉକ୍ତ ଗାଡ଼ିର ଡ଼୍ରାଇଭର ସିଟ୍ ପଛପାଖରେ ୩ଟି ପ୍ୟାକେଟ୍ ଗଞ୍ଜେଇ ମିଳିଥିଲା। ରାଇକିଆ ତହସିଲଦାରଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରିଥିଲେ। ତେବେ ଏହି ଜବତ ଗଞ୍ଜେଇ ୫୦ କେଜି ଥିବା ଜଣାପଡ଼ିଥିଲା।
