ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ସାରୁଅ ଅଞ୍ଚଳର ଜଣେ ମହିଳାଙ୍କୁ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆକ୍ରମଣ କରିଥିବା ନେଇ ଆଜି ରାଜଧାନୀର ରାଜରାସ୍ତାରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ବିଧାୟକଙ୍କ ଇସ୍ତଫା ଦାବି ସହ ତାଙ୍କୁ ଗିରଫ ଦାବି ହୋଇଛି।
ଏ ନେଇ ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ମହିଳାଙ୍କୁ ବିଧାୟକଙ୍କ ଦ୍ୱାରା ହୋଇଥିବା ଅସଦାଚରଣ ଏବଂ ଆକ୍ରମଣ ପରେ କେବଳ ପୁଲିସ ମାମଲାକୁ ପଞ୍ଜିକୃତ କରି ଚୁପ୍ ହୋଇ ବସି ରହିବା ଏବଂ ତଦନ୍ତ ପ୍ତକିୟାରେ ହେଉଥିବା ଶୀତିଳତାକୁ ନେଇ ସଭାପତି ଶ୍ରୀ ଖୁଣ୍ଟିଆ ପ୍ରଶ୍ନ କରିଛନ୍ତି।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ବାବୁ ସିଂ ଉପସ୍ଥିତ ରହି ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଗିରଫ ନ ହେବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ ବୋଲି ଅଭିଯୋଗ କରିଛନ୍ତି।