ରାୟଗଡା,ଏନ୍ଏନ୍ଏସ୍: କରୋନାକୁ ନେଇ ଲକ ଡାଉନ ପରେ ଧୀରେ ଧୀରେ ସ୍ଵଭାବିକ ହେଉଛି ରେଲ ଯାତ୍ରା। ଜୁନ୍ ୧ରୁ ସାରା ଦେଶରେ ଯାତ୍ରୀବାହୀ ଟ୍ରେନ୍ ଚାଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରଥମ ପର୍ଯ୍ୟାୟରେ ୨୦୦ ଟ୍ରେନ୍ ଚାଲିବା ନେଇ ରେଳ ମନ୍ତ୍ରଣାଳୟର ଘୋଷଣା ପରେ ଆଜିଠୁ ଆରମ୍ଭ ହୋଇଛି ରାୟଗଡାରେ ଟିକେଟ୍ ବୁକିଂ। ୱାଲିଟୟର୍ ଡିଭିଜନ୍ (ବିଶାଖାପାଟଣା) ଦେଇ ମାତ୍ର ୪ଟି ଏକ୍ସପ୍ରେସ୍ ଟ୍ରେନ୍ ଚଲାଇବାକୁ ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ରାୟଗଡ଼ା ଡିଭିଜନ୍ ଦେଇ ଯାଉଥିବା ହୀରାଖଣ୍ଡ ଓ ଜୁନାଗଡ଼ ଏକ୍ସପ୍ରେସ ଗଡ଼ିବ ନାହିଁ।
ପ୍ରଥମ ପର୍ଯ୍ୟାୟରେ ୨୦୦ ଟ୍ରେନ୍ ଚଳାଚଳର ତାଲିକାରେ ୱାଲଟିୟର୍ ଡିଭିଜନ ଦେଇ କେବଳ ୪ଟି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବାକୁ ବିଭାଗ ସବୁଜ ସଙ୍କେତ ଦେଇଛି। ୨ଟି ଟ୍ରେନ୍ ବିଶାଖାପାଟଣା-ସିକନ୍ଦରାବାଦ ଗୋଦାବରୀ ଏକ୍ସପ୍ରେସ୍, ବିଶାଖାପାଟଣା-ନ୍ୟୁ ଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରିବ। ସେହିପରି ଅନ୍ୟ ୨ଟି ଟ୍ରେନ୍ ହାୱଡା-ସିକନ୍ଦରାବାଦ୍ ଫାଲକନାମା ସୁପର ଫାଷ୍ଟ୍ ଏକ୍ସପ୍ରେସ୍, ହାୱଡା-ଯଶୱନ୍ତପୁର ଏକ୍ସପ୍ରେସ୍ କୋଲକାତାରୁ ବାହାରି ବିଶାଖାପାଟଣା ଦେଇ ଯିବ।
