ଗଞ୍ଜାମ ଜିଲ୍ଲାରୁ ପୁଣି ୫୦ କରୋନା ଆକ୍ରାନ୍ତ ଚିହ୍ନଟ, ୧୩ କରୋନା ଯୋଦ୍ଧା ସାମିଲ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଆଜି ଗଞ୍ଜାମ ଜିଲ୍ଲାରେ ଆଉ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୧୩ ଜଣ କରୋନା ଯୋଦ୍ଧା ଓ ସେମାନେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଗଞ୍ଜାମ ଜିଲ୍ଲରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧, ୧୩୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ୭୬୮ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି।

ଏନେଇ ବ୍ରହ୍ମପୁର ସହରକୁ ଆସନ୍ତା କାଲିଠୁ ୪ ଦିନ ପାଇଁ ସଟଡାଉନ କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ। ସେହିପରି ସଟଡାଉନ ବେଳେ କେବଳ ସ୍ୱାସ୍ଥ୍ୟ ସେବା ଓ ଦୁଗ୍ଧ ବଣ୍ଟନ ଜାରି ରହିବ। ସେହିପରି ଆସ୍ତା ୪ ଦିନ ସଟଡାଉନ ରହୁଥିବାରୁ ଆଜି ଅଧିକ ୨ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ପୂର୍ବରୁ ବ୍ରହ୍ମପୁରରେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଥିବା ବେଳେ ଆଜି ଏହକୁ ଦିନ ୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।