ଗୁଣ୍ଡିଚା ମନ୍ଦିରରେ ବୁଲୁଥିବା ୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ,ଏନ୍ଏନ୍ଏସ୍: ଆଜି ପୁରୀରେ ୨ ଜଣ ବାହାର ଭକ୍ତ ପାଟ ପିନ୍ଧି ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ତେବେ ଏମାନଙ୍କ ଚାଲିଚଳଣିକୁ ଦେଖି ସନ୍ଦେହ ହେବାରୁ ସେବାୟତମାନେ ପୁଲିସକୁ ଖବର ଦେଇଥିଲେ। ପରେ କୁମ୍ଭାରପଡା ପୁଲିସ ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।

କରୋନା କଟକଣା ଯୋଗୁଁ ବିନା ଭକ୍ତରେ ରଥଯାତ୍ରା କରାଯାଇଥିବା ବେଳେ ପୁଲିସ ଡିଜିପି ଶ୍ରୀ ଅଭୟ କୌଣସି ଭକ୍ତ ପୁରୀକୁ ଦର୍ଶନ ପାଇଁ ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ପରେ ମଧ୍ୟ ଆଜି ୨ ଜଣ ବାହାର ଲୋକ ସେବାୟତଙ୍କ ବେଶରେ ଗୁଣ୍ଡିଚା ମନ୍ଦିରକୁ କିପରି ପ୍ରବେଶ କଲେ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।