ପୁଣି ସିଟିଇଟିର ୧୪ ତମ ସଂସ୍କରଣ ସ୍ଥଗିତ

ନୂଆଦିଲ୍ଲୀ,ଏଜେନ୍ସି: ସିବିଏସଇ ପକ୍ଷରୁ ପୁଣି ଥରେ ସିଟିଇଟିର ୧୪ ତମ ସଂସ୍କରଣକୁ ସ୍ଥଗିତ କରାଯାଇଛି। ପୂର୍ବରୁ କରୋନା କଟକଣା ଯୋଗୁଁ ଏହାକୁ ଜୁଲାଇ ୫ ତାରିଖରେ କରିବାକୁ ନିଷ୍ପତ୍ତି ହୋଇଥିଲା। ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ସୁସ୍ଥ ଓ ଅନୁକୂଳ ବାତାବରଣରେ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯିବ ଓ ଆଗାମୀ ତାରିଖ ପାଇଁ ଦୈନିକ ୱେବସାଇଟ ଦେଖିବା ପାଇଁ ସିଟିଇଟି ନିର୍ଦ୍ଦେଶକ ତଥା ସିବିଏସଇ ସଚିବ ଅନୁରାଗ ତ୍ରିପାଠୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଆଇସିଏସଇ ଓ ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଥିଲା।