ଦିଲ୍ଲୀରୁ ବେଙ୍ଗାଲୁରୁ ଏକାକି ଯାତ୍ରା କଲା ୫ ବର୍ଷୀୟ ଶିଶୁ

ଭୁବନେଶ୍ୱର,ଏନଏନ୍ଏସ୍: ଦେଶର ଅନେକ ସହରକୁ ଆଜିଠୁ ବିମାନ ସେବା ଆରମ୍ଭ ହୋଇଛି। କିନ୍ତୁ ଦିଲ୍ଲୀରୁ ବେଙ୍ଗାଲୁରୁ ଆସିଥିବା ଏକ ବିମାନର ଯାତ୍ରା ଟିକେ ଖାସ୍ ରହିଥିଲା। କାରଣ ବିହାନ ଶର୍ମା ନାମକ ଜଣେ ୫ ବର୍ଷୀୟ ଶିଶୁ ଏହି ବିମାନରେ ଏକାକି ଯାତ୍ରା କରି ବେଙ୍ଗାଲୁରୁ ପହଂଚିବା ପରେ ତା’ ମା’କୁ ଭେଟିଥିଲା।

କରୋନା ସଙ୍କଟ କାରଣରୁ ଦେଶବାସୀଙ୍କୁ ଅନେକ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ଦୁଇ ମାସରୁ ଜାରି ରହିଥିବା ଲକଡାଉନ ଯୋଗୁ ଯିଏ ଯେଉଁଠି ଥିଲା ସେଇଠି ଫସି ଯାଇଥିଲା। ଏଭଳି ସ୍ଥିତିରେ ତିନି ମାସରୁ ଦିଲ୍ଲୀରେ ଫସି ରହିଥିବା କୁନି ବିହାନ ବିମାନ ଚଳାଚଳ ହେବାରୁ ଆଜି ଘରକୁ ଫେରିଛି। ସକାଳୁ ବିହାନର ମା’ ତାକୁ ନେବା ପାଇଁ ବିମାନବନ୍ଦରରେ ଅପେକ୍ଷା କରିଥିଲେ। ଏମିତି ତ ବିମାନରେ କୁନି ପିଲା ଏକାକି ଯାତ୍ରା କରିବା ସହଜ ନୁହେଁ। କିନ୍ତୁ ବିହାନକୁ ସ୍ୱତନ୍ତ୍ର ବିଭାଗରେ ସାମିଲ କରି ଦିଲ୍ଲୀରୁ ବେଙ୍ଗାଲୁରୁ ଅଣାଯାଇଥିଲା। ଦେଶରେ ଲକଡାଉନ ମଧ୍ୟରେ ଏମିତି ଅନେକ କାହାଣୀ ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଭାବପ୍ରବଣ କରିଦେବ।