ଛାତ୍ରାବାସରେ ଖାଦ୍ୟରେ ଅବହେଳା ଯୋଗୁଁ ୫ମ ଶ୍ରେଣୀ ଛାତ୍ରୀର ମୃତ୍ୟୁ, ୫ ଅସୁସ୍ଥ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରେ ୬ରୁ ଊର୍ଦ୍ଧ୍ଵ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରନ୍ତ ହୋଇ ଅସୁସ୍ଥ ଥିବା ବେଳେ ସେଥି ମଧ୍ୟରେ ବୁଧବାର ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଉକ୍ତ ଛାତ୍ରୀ ଜଣଙ୍କ ୫ ଶ୍ରେଣୀର ତାପସ୍ୱିନୀ ହେମ୍ବ୍ରମ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଖାଦ୍ୟରେ ଅବହେଳା ଯୋଗୁଁ ଛାତ୍ରୀର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଅନ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଭୟର ବାତାବରଣ ସ୍ର୍ରୁଷ୍ଟି ହୋଇଛି। ଛାତ୍ରାବାସରେ ଆକ୍ରାନ୍ତ ଥିବା ଛାତ୍ରୀମାନଙ୍କୁ ମେଡିକାଲ ଟିମ ଯାଇ ଚିକିତ୍ସା କରିବାକୁ ଦାବି ହୋଇଛି। ଏଥିସହ ପ୍ରଧାନଶିକ୍ଷକ ବିଶ୍ଵନାଥ ପାତ୍ର ୱାର୍ଡନ ସୁକାନ୍ତି ମହାନ୍ତିଙ୍କୁ ନିଲମ୍ବିତ ପାଇଁ ଦାବି ହୋଇଛି।