ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଦ୍ୱାରା ମଙ୍ଗଳବାର ୨ଜଣ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା ଓ ଡ. ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦକୁ ପଦୋନ୍ନତି କରାଯାଇଛି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗର ସୂଚନା ମୁତାବକ ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ସଚିବ ସହିତ ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟର ପ୍ରାଧିକାରୀ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ୧୯୮୯ ବ୍ୟାଚର ଆଇଏଏସ୍ ଅଫିସର ମୋନା ଶର୍ମାଙ୍କୁ ସରକାର ଏବଂ ଜଙ୍ଗଲ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି।