ବର୍ଷ ଆରମ୍ଭରୁ ଖାଉଟିଙ୍କୁ ଝଟକା, ସିଲିଣ୍ଡର ପିଛା ୧୯ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ବର୍ଷ ଆରମ୍ଭରୁ ଖାଉଟିଙ୍କୁ ଝଟକା ଲାଗିଛି। ସରକାର ଅଣସବସିଡି ରନ୍ଧନ ଗ୍ୟାସ ସିଲିଣ୍ଡରର ଦର ୧୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲଗାତାର ୪ର୍ଥ ଥର ପାଇଁ ଗ୍ୟାସ ଦରରେ ବୃଦ୍ଧି ହୋଇଛି।

ପୂର୍ବରୁ ୧୪.୨ କେଜି ଗ୍ୟାସ ସିଲିଣ୍ଡର ପିଛା ୬୯୫ଟଙ୍କା ଦେବାକୁ ପଡ଼ୁଥିବାବେଳେ ବୁଧବାର ଠାରୁ ଦିଲ୍ଲୀରେ ଏହା ୭୧୪ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି କୋଲକାତାରେ ନୂଆ ଦର ହିସାବରେ ଅଣସବ୍‌ସିଡୀ ରନ୍ଧନ ଗ୍ୟାସ ମୂଲ୍ୟ ୭୪୭ ଟଙ୍କାରେ ପହଞ୍ଚିଛି। ମୁମ୍ବଇ ଏବଂ ଚେନ୍ନାଇରେ ଯଥାକ୍ରମେ ୬୮୪ ଟଙ୍କା ୫୦ ପଇସା ଓ ୭୩୪ ଟଙ୍କା ରହିଛି।

ସେହିପରି ଦରବୃଦ୍ଧି ପରେ ୧୯ କେଜି ଅଣସବ୍‌ସିଡୀ ସିଲିଣ୍ଡର ମୂଲ୍ୟ ଦିଲ୍ଲୀରେ ୧୨୪୧ ଟଙ୍କାରେ ପହଞ୍ଚିଥିବାବେଳେ କଲକାତାରେ ୧୩୦୮, ମୁମ୍ବଇରେ ୧୧୯୦ ଓ ଚେନ୍ନାଇରେ ୧୩୬୩ ଟଙ୍କା ରହିଛି।