ବିଷ ମିଶା ଭାତ ଖାଇ ଗୋଟିଏ ପରିବାରର ୫ ଗୁରୁତର ଜିଲ୍ଲା By Nitidin On Jun 16, 2020 Share ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ କାଳିଆ ନାୟକଗୁଡା ଗ୍ରାମର ଗୋଟିଏ ପରିବାରର ୫ ଜଣ ସଦସ୍ୟ ବିଷ ମିଶା ଖାଦ୍ୟ ଖାଇ ଗୁରୁତର ହୋଇଛନ୍ତି। ତେବେ ନିଶାସକ୍ତ ଅବସ୍ଥାରେ ବାପା ଖାଦ୍ୟରେ ବିଷ ମିଶାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗତକାଲି ରାତ୍ରିରେ ନରସିଂହ ମାଝୀଙ୍କ ସ୍ତ୍ରୀ ପୂର୍ଣ୍ଣିମା ମାଝୀ(୪୯), କନ୍ୟା ସୁଚିତ୍ରା ମାଝୀ(୧୫), ଗୌରୀ ମାଝୀ(୧୦), ପୁତ୍ର ବସୁ ମାଝୀ(୧୭) ଓ ଭଣଜା ବନ୍ଧୁ ନାୟକ(୧୯) ଏହି ବିଷାକ୍ତ ଖାଦ୍ୟ ଖାଇ ଗୁରୁତର ହୋଇଥିଲେ। ପରେ ଗାଁ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। Share