୫ ଲକ୍ଷ ଟଙ୍କାର ରେମଡେସିଭିର ଜବତ, ୫ ଗିରଫ

ଅହମ୍ମଦାବାଦ, ଏଜେନ୍ସି: ଗୁଜରାଟ ପୁଲିସ ବୁଧବାର ଭଦୋଦରା ସହରର ଏକ ସ୍ଥାନରେ ଚଢଉ କରି ୯୦ଟି ରେମଡେସିଭିର ଇଂଜେକ୍ସନ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଥିବା ପ୍ରକାଶ। ଜବତ ଇଂଜେକସନର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବବୋଲି ଆକଳନ କରାଯାଇଛି। ଏଗୁଡିକୁ କଳାବଜାରରେ ବିକ୍ରି କରିବାକୁ ଅଭିଯୁକ୍ତମାନେ ଯୋଜନା ଚଳାଇଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ଦେଶବ୍ୟାପୀ ରେମଡେସିଜିର ଇଂଜେକସନର ବ୍ୟାପକ ଚାହିଦା ରହିଛି।