ନୂଆଦିଲ୍ଲୀ, ଏଜେନ୍ସି: ମେ’ ୧ରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଥିଲାବେଳେ ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଦେଖାଦେଇଥିବାରୁ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୧୮ବର୍ଷରୁ ଊଦ୍ଧ୍ୱର୍ ସବୁ ନାଗରିକଙ୍କ ଟିକାକରଣ କରାଯିବାକୁ ଥିଲାବେଳେ ଦିଲ୍ଲୀ ଓ ମହାରାଷ୍ଟ୍ରରେ ଟିକାର ଅଭାବ ଯୋଗୁଁ ଏହି ବର୍ଗର ନାଗରିକଙ୍କୁ ଟିକା ଦିଆଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଜାତୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୍ ଟିକାର ଘୋର ଅଭାବ ଦେଖାଦେଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ରେ ଜୈନ ଗୁରୁବାର କହିଛନ୍ତି, ଦିଲ୍ଲୀ ସରକାରଙ୍କ ପାଖରେ ଆଉ ଟିକା ମହଜୁଦ ନାହିଁ। ଟିକା ନିର୍ମାତା ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଠାରୁ ଟିକା ମଗାଯାଇଛି ଏବଂ ଯୋଗାଣକୁ ଅପେକ୍ଷା କରାଯାଇଛି। କେବେ ଆସି ଆମ ପାଖରେ ପହଞ୍ôଚବ ତାହା କୁହାଯାଇ ନପାରେ ବୋଲି ଜୈନ ଗଣମାଧ୍ୟମକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏବେ ୪୫ବର୍ଷରୁ ଊଦ୍ଧ୍ୱର୍ ନାଗରିକଙ୍କ ଟିକାକରଣ ଚାଲିଥିଲାବେଳେ ମେ’ ପହିଲାରୁ ୧୮ବର୍ଷରୁ ୪୪ବର୍ଷ ବୟସ ପର୍ଯ୍ୟନ୍ତ ନାଗରିକଙ୍କୁ ଟିକା ଦିଆଗଲେ ଏହାର ଗୁରୁତର ଅଭାବ ଦେଖାଯିବ। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟର କୋଭିଡ୍ ପରିସ୍ଥିତି ଓ ଟିକାକରଣ ସମ୍ପର୍କରେ ଅଧିକାରୀମାନଙ୍କ ସହ ଏକ ବୈଠକରେ ସମୀକ୍ଷା କରିଛନ୍ତି।
ସେହିପରି ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଟିକାର ଘୋର ଅଭାବ ଦେଖାଦେଇଛି।