ଗୁହାଳ ଘରେ ନିଆଁ ଲାଗି ଛାରଖାର ହୋଇଗଲା ୫ ଘର, ୨ ଗାଈ ସମେତ ୨ ବାଛୁରୀ ଜୀବନ୍ତ ଦଗ୍ଧ

ରାଜକନିକା,ଏନ୍ଏନ୍ଏସ୍: ଗୁହାଳ ଘରେ ନିଆଁ ଲାଗି ଛାରଖାର ହୋଇଗଲା ଗୁହାଳ ଘର ସମେତ ପାଖରେ ଥିବା ୫ଟି ଆଜବେଷ୍ଟ ଘର। ଫଳରେ ଘଟଣାସ୍ଥଳରେ ହିଁ ୨ ଗାଈ ସମେତ ୨ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏପରି ଘଟଣା ଘଟିଛି ରାଜକନିକା ପାରି ନୂଆପଡା ଗାଁରେ। ସବୁଠାରୁ ବଡ଼ କଥା ହେଲା ଏତେ ବଡ଼ ଅଗ୍ନିକାଣ୍ଡ କିପରି ଘଟିଲା ତାହା ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ସେହି ଗ୍ରାମରେ ବାସ କରୁଥିବା ଇନ୍ଦ୍ରମଣି ବେହେରା ଘରେ ଶୋଇଥିବା ସମୟରେ ହଠାତ୍ ଗୁହାଳ ଘରେ ନିଆଁ ଲାଗିଯାଇଥିଲା। ଯାହାର ମାତ୍ର ବହୁତ ଅଧିକ ଥିଲା ଫଳରେ ସାଙ୍ଗେ ସାଙ୍ଗେ ଏହା ବ୍ୟାପିଯାଇଥିଲା। ଗାଈ ଗୋରୁଙ୍କୁ ବାହାରକୁ ଆଣିବା ଅସମ୍ଭବ ହୋଇପଡ଼ିବାରୁ ସେଠାରେ ୨ ଗାଈ ସମେତ ୨ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପାଖ ଘର ମଧ୍ୟ ପୋଡ଼ି ଜିନିଷପତ୍ର ନଷ୍ଟ ହୋଇଯାଇଛି। ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।