ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରାଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି) ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କୁ ମିଳିଛି ଜାତୀୟ ପୁରସ୍କାର। ବିଶ୍ୱର ଜେନେରାଲ ଓ ଇଣ୍ଟରନାଲ ମେଡିସିନ ଗବେଷଣାରେ ସଂଘମିତ୍ରାଙ୍କୁ ଦ୍ୱିତୀୟ ପ୍ରଭାବଶାଳୀ ଗବେଷକ ମାନ୍ୟତା ମିଳିଛି।

ଅନ୍ୟପଟେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଗବେଷକ ଭାବେ ସଂଘମିତ୍ରାଙ୍କୁ ପ୍ରଥମ ରାଙ୍କ ମିଳିଛି। ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ଆଇସିଏମଆର। ବିଶ୍ୱରେ ପ୍ରାୟ ୨ ଶତକଡ଼ା ଗବେଷକଙ୍କ ମଧ୍ୟରୁ ତାଙ୍କୁ ଏହି ସଫଳତା ମିଳିଛି।