ଆଜି ପୁଣି ଖୋର୍ଦ୍ଧା ଉପଖଣ୍ଡରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଉପଖଣ୍ଡରୁ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ବାଲୁଗାଁରୁ ୪ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ହାତବରଡିର ଜଣେ ୪୦ ବର୍ଷୀୟ ପୁରୁଷ ତାମିଲନାଡୁରୁ ଫେରିଥିଲେ, ଜଣେ ୪୦ ବର୍ଷୀୟ ପୁରୁଷ ମହାରାଷ୍ଟ୍ରରୁ ଫେରିଥିଲେ, ସାନ ନଈରୀର ୨୨ବର୍ଷୀୟ ପୁରୁଷ କେରଳରୁ ଫେରିଥିଲେ ଓ ଜଣେ ବଉଳାବନ୍ଧର ୪୩ ବର୍ଷୀୟ ପୁରୁଷ ସାଧାରଣରୁ ସଂକ୍ରମିତ ହୋଇଥିଲେ। ଏହି ଆକ୍ରାନ୍ତମାନେ ସଙ୍ଗରୋଧ କେନ୍ଦ୍ରରେ ଥିଲେ।

ସେହିପରି ବୋଲଗଡ଼ ବ୍ଲକ ସହଜପୁରର ଜଣେ ୨୯ବର୍ଷୀୟ ପୁରୁଷ ଉତ୍ତରପ୍ରଦେଶରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ତାଙ୍କର ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।