ରାଜ୍ୟରେ ଆଜି ପୁଣି ସର୍ବାଧିକ ୩୦୪ କରୋନା ଆକ୍ରାନ୍ତ ଚିହ୍ନଟ, ଉଦ୍ଧାରକାରୀ ଦଳର ୪୨ ଜଣ ସାମିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ପୁଣି ସର୍ବାଧକ ୩୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୨ ଜଣ ଲୋକାଲରୁ ଓ ୨୭୨ ଜଣ କ୍ୱାରେଣ୍ଟାଇନର ବୋଲି ଜଣାପଡ଼ିଛି। ଏଥିରେ ଉଦ୍ଧାରକାରୀ ଦଳର ୪୨ ଜଣ ସାମିଲ ଥିବା ସୂଚନା ରହିଛି।

ଜିଲ୍ଲାମାନଙ୍କରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ-

ଗଜପତିରୁ ୪୭ ଜଣ, ଗଞ୍ଜାମରୁ ୪୦ ଜଣ, ଜଗତସିଂହପୁରରୁ ୨୯ ଜଣ, ଝାରସୁଗୁଡ଼ାରୁ ୨୫ ଜଣ, ଯାଜପୁରରୁ ୨୧ ଜଣ, ବାଲେଶ୍ୱରରୁ ୧୭ ଜଣ, ବରଗଡ଼ରୁ ୧୪ ଜଣ, କଟକରୁ ୧୩ ଜଣ, କନ୍ଧମାଳରୁ ୧୨ ଜଣ, ଭଦ୍ରକରୁ ୧୧ ଜଣ, ମୟୁରଭଞ୍ଜରୁ ୬ ଜଣ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୫ ଜଣ ଲେଖାଏଁ, ସୋନପୁରରୁ ୪ ଜଣ, ନୟାଗଡ଼ ଓ ପୁରୀରୁ ୩ ଜଣ ଲେଖାଏଁ, ମାଲକାନଗିରି ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଓ ଢ଼େଙ୍କାନାଳ, ସୁନ୍ଦରଗଡ଼ ଓ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ରେ ପହଞ୍ଚିଛି। ତେବେ ଏଥି ମଧ୍ୟରୁ ୩,୫୩୪ ଜଣ ସୁସ୍ଥ ହୋଇଥିବା ବେଳେ ୧,୬୦୭ ଜଣ ଚିକିତ୍ସାଧୀନ ଅଛନ୍ତି।