ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ମୃତ: ୨ ଜଣ କରୋନା ଜନିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତନ୍ମଧ୍ୟରୁ ୨ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣଙ୍କ ଅଲଗା ରୋଗରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

କରୋନାରେ ମୃତ୍ୟୁ ହୋଇଥିବା ୨ ଜଣଙ୍କ ମଧ୍ୟରେ ଜଣେ ବରଗଡ଼ ଜିଲ୍ଲାର ୭୬ ବର୍ଷୀୟ ବୃଦ୍ଧ। ତାଙ୍କର ପୂର୍ବରୁ ଡାଇବେଟିସ ଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେହିପରି ଅନ୍ୟଜଣେ ଗଞ୍ଜାମ ଜିଲ୍ଲାର ୪୯ ବର୍ଷର ପୁରୁଷ। ତେବେ ସେ ଫୁସଫୁସ ରୋଗରେ ଆକ୍ରାନ୍ତଥିଲେ।

ସେହପିରି ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ନବରଙ୍ଗପୁରର ୧୭ ବର୍ଷର ବାଳକ ଯିଏକି ଗୁରୁତର ଡାଇବେଟିସରେ ପୀଡ଼ିତ ଥିଲେ। ସେହିପରି ଅନ୍ୟଜଣେ ପୁରୀ ଜିଲ୍ଲାର ୫୩ ବର୍ଷୀୟ ପୁରୁଷ ଯିଏ କ୍ୟାନସରରେ ପୀଡ଼ିତ ଥିଲେ।

ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ଅନ୍ୟ କାରଣରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି।