Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଘର ଭିତରୁ ସ୍ୱାମୀ-ସ୍ତ୍ରୀର ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଘଟଣାରେ ଝିଆରି ପୁତୁରା ସମେତ ୫ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଘର ଭିତରୁ ସ୍ୱାମୀ-ସ୍ତ୍ରୀର ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଘଟଣାରେ ଝିଆରି ପୁତୁରା ସମେତ ୫ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ରାମପୁର ଫାଣ୍ଡି ଅନ୍ତର୍ଗତ ପଞ୍ଜାବୀ ଧଉଡ଼ାରେ ଘର ଭିତରୁ ସ୍ୱାମୀ ଗିରିବର ଦାସ ଓ ସ୍ତ୍ରୀ ଗୀତା ଦୀସର ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପୁଲିସ ଫର୍ଦ୍ଦାଫାସ କରିଛି। କୋଇଲା ଚୁଲା ନିଆଁରେ ପୋଡ଼ିହୋଇ ତାଙ୍କ ମୃତ୍ୟୁ ହୋଇ ନାହିଁ ବରଂ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୁଲିସ ସ୍ପଷ୍ଟ କରିଛି। ଟଙ୍କା ଭାଗ ବଣ୍ଟାକୁ ନେଇ ତିକ୍ତତା ହେବା ପରେ ପୁତୁରା ଦୀପକ ଦାସ ପେନେକା, ରାହୁଲ ଦାସ ପେନେକା, ଝିଆରି ମିରନ ଦାସ ପେନେକା, ସୁନିତା ଦାସ ପେନେକା, ସୁପ୍ରିୟା ଦାସ ପେନେକା କାକା ଖୁଡିଙ୍କୁ ହତ୍ୟା କରିଥିଲେ। ଏହି ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଗୀତା ଶୌଚ ଓ ପୁଅ ଝିଅ ଟିଉସନ ପଢିବାକୁ ଯାଇଥିବା ସମୟରେ ଗିରିବର ତାଙ୍କ ଦୋକାନରୁ ଘରକୁ ଆସିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ପ୍ରଥମେ ଲୁହାରଡ଼ ଓ ପରେ ଟାଙ୍ଗିଆରେ ମାରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ। ସେହିପରି ଗୀତା ଶୌଚରୁ ଫେରବା ସମରେ ଅଭିଯୁକ୍ତ ରାହୁଲ ତାଙ୍କ କାକଙ୍କୁ ପାଗଳ କୁକୁର କାମୁଡିଛି ସେ ଘରେ ଅଛନ୍ତି କହି ଶୀଘ୍ର ଡାକି ନେଇଥିଲା। ଗୀତା ଘରେ ପହଞ୍ଚୁ ପହଞ୍ଚୁ ଘରେ ଜଗିଥିବା ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ଟାଙ୍ଗିଆ ଓ ଲୁହା ପାଇପରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହାପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ମୃତକଙ୍କ ଉପରେ କିରୋସିନ ଢାଳି ପରେ କୋଇଲା ଚୁଲାର ନିଅଁ ଲଗାଇ ଦେଇ ଫେରାର ହୋଇଯାଇଥିଲେ। କିଛି ସମୟ ପରେ ମୃତକଙ୍କ ପୁଅ ଝିଅ ଟିଉସନରୁ ଫେରି ଘର କବାଟ ଖୋଲିଲା ପରେ ମା’ ବପାଙ୍କ ଦେହରେ ନିଆଁ ଲାଗିଥିବା ଦେଖି ପାଖପଡିଶାଙ୍କୁ ଡାକିଥିଲଲେ। ସେମାନେ ଡାକିବା ପରେ ଅଭିଯୁକ୍ତମାନେ ମଧ୍ୟ ଦାଦା ଖୁଡି ନିଆଁରେ ପୋଡି ଯାଇଛନ୍ତି ତାଙ୍କୁ ବଞ୍ଚାନ୍ତୁ ବୋଲି ଲୋକଙ୍କ ପାଖକୁ ଯାଇ ସାହାଯ୍ୟ ମାଗିଥିଲେ।

ଲୋକ ନିଆଁ ଲିଭାଇବା ପରେ ପୁଲିସକୁ ଖବର ଦେଇଥିଲେ। ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର, ବ୍ରଜରାଜନଗର ଏସଡିପିଓ ଦୀଲିପ ଦାସ, ଥାନା ଅଧିକାରୀ ଲଳିତା ମୋଦୀ, ବେଲପାହାଡ଼ ଥାନା ଅଧିକାରୀ ରଶ୍ମିତା ବେହେରା, ପୁଲିସ ଦଳ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ତଦନ୍ତରେ କୋଇଲା ଚୁଲାରେ ପୋଡିଯାଇ ସ୍ୱାମୀ ସ୍ତ୍ରୀଙ୍କ ପ୍ରାଣ ଯାଇଥିବା ଜଣାଯାଉଥିବା ବେଳେ ଘଟଣାସ୍ଥଳରେ ଗିରିବରଙ୍କ ମୁଣ୍ଡ ଫାଟି ପଡିଥିବା ରକ୍ତ ଛିଟା ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ ହୋଇଥିଲା। ଏହାପରେ ପୁଲିସ ମୃତକଙ୍କ ସମ୍ପର୍କୀୟ ଓ ପଖପଡିଶାଙ୍କୁ ପଚରାଉଚୁରା କରିଥିଲା। ପରେ ମୃତକଙ୍କ ପୁତୁରା ଝିଆରି ଉପରେ ସନ୍ଦେହ କରି ସେମାନଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ସେମାନେ ଭିଆଇ ଥିବା ହତ୍ୟାକାଣ୍ଡର ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା।