ନୀଳଗିରି,ଏନ୍ଏନ୍ଏସ୍: ଗତ ଶୁକ୍ରବାର ମଧ୍ୟରାତ୍ରିରେ ବରହମପୁର ଥାନା ଅଧୀନସ୍ଥ ତେଲିପାଳ ପେଟ୍ରୋଲ ପମ୍ପ ପାଖରେ ଥିବା କୁଲଡ଼ିହା ଢାବାର ପଛପଟେ ଏକ ବେଲୁନରେ ସୂତା, କ୍ୟାମେରା, ଛୋଟ ଛୋଟ ବ୍ୟାଟେରି ଆଦି ଆକାଶମାର୍ଗରୁ ଖସି ପଡ଼ିଥିବା ଦେଖିବାକୁ ମିଳିଛି । ସକାଳେ ହୋଟେଲ ମାଲିକ ଏହାକୁ ଦେଖିବା ପରେ ଘଟଣାସ୍ଥଳରେ ଲୋକାରଣ୍ୟ ହୋଇଯାଇଥିଲା । ଖବର ପାଇ ବରହମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସାମଗ୍ରୀ ଜବତ କରିଥିଲେ । ଏ ନେଇ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।