ଜୁଆ ଆଡ୍ଡା ଉପରେ ଚଢ଼ଉ, ୫ ଗିରଫ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଖିଲାମୁଣ୍ଡା ଗାଆଁ ନିକଟରେ ମୁନିଗୁଡ଼ା ପୁଲିସ ଚଢ଼ଉ କରି ୫ଜଣ ଜୁଆଡ଼ିକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବିଷମକଟକ ଥାନା ଅଞ୍ଚଳର ଡାଙ୍ଗଗୁଡ଼ା ଗ୍ରାମର ନରି କୁମ୍ବ୍ରୀକା, ବିଦ୍ୟାଧର କାଲାକା, ମିନାରାଓ କୁମ୍ବ୍ରୀକା, ମୁନିଗୁଡ଼ା ଥାନା ଅନ୍ତର୍ଗତ ମଧୁମୁଣ୍ଡା ଗ୍ରାମର ସଦାଶିବ ସୁନେରେଙ୍ଗା ଓ ପାନୁଗୁଡ଼ା ଗ୍ରାମର ଚୈତନ୍ୟ କାଡ୍ରାକା । ଅଭିଯୁକ୍ତଙ୍କଠାରୁ ୩୪,୨୫୦ଟଙ୍କା ଜବତ କରିବା ସହ ଖେଳରେ ବ୍ୟବହୃତ ପଟିକୁ ପୁଲିସ ଜବତ କରିଥିବା ଜଣାପଡ଼ିଛି ।