ଟ୍ରେନ ଦୁର୍ଘଟଣା : ସରିଲା ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆନ୍ଧ୍ରପ୍ରଦେଶର କଣ୍ଟାକାପାଲି ଏବଂ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବାବେଳେ କେହି ବି ଦୁର୍ଘଟଣାଗ୍ରସ୍ତ ବଗି ତଳେ ନାହାନ୍ତି । ଦୁର୍ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ରେଲୱେ ସେଫ୍ଟି କମିଶନର ଓ ଟିମ୍ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଦୁର୍ଘଟଣା ଯୋଗୁ ୪୫ଟି ଟ୍ରେନକୁ ବାତିଲ କରାଯାଇଛି । ୨୬ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ୬ଟି ଟ୍ରେନ ଛାଡ଼ିବା ସମୟ ପରିବର୍ତ୍ତନ କରାଯାଇଛି । ଏହାସହ ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସରିବା ନେଇ ସିପିଆରଓଙ୍କ ପକ୍ଷରୁ ସୂଚନା ମିଳିଛି ।