ଭାରତରେ ୪୮ ଲକ୍ଷ ପାର ହେଲା କରୋନା ସଂକ୍ରମଣ ସଂଖ୍ୟା: ଆଜି ୯୨,୦୭୧ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ଦିନକୁ ଦିନ ଦେଶରେ ସାଂଘାତିକ ହେବାରେ ଲାଗିଛି କରୋନା ସଂକ୍ରମଣ। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଦେଶରୁ ୯୨,୦୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦେଶରେ ଆଉ ୧,୧୩୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮,୪୬,୪୨୮ରେ ପହଞ୍ଚିଛି। ସେଥିରୁ ୯,୮୬,୫୯୮ ଆକ୍ରାନ୍ତ ସକ୍ରିୟ ଥିବାବେଳେ ୭୯,୭୨୨ ଜଣଙ୍କ ପ୍ରାଣ ହାନି ଘଟିଛି। ସେହିପରି ୩୭,୮୦,୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି।