ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ପଜିଟିଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାବେଳେ ବର୍ତ୍ତମାନ ଏହା ନେତା ମନ୍ତ୍ରୀ ମାନଙ୍କ ଠାରେ ମଧ୍ୟ ଦେଖାଗଲାଣି। ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। କରୋନା ସଂକ୍ରମିତ ଚିହ୍ନଟ ହେବାପରେ ତାଙ୍କୁ ଭୁବନେଶ୍ୱରର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ତେଣୁ କିଛିଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧ ରହି ନିଜର କରୋନା ପରୀକ୍ଷା କରାଇନେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।