ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଥିବାବେଳେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୪,୧୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨,୪୭୬ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ୧,୭୨୨ ଜଣ ସଂଗରୋଧ କେନ୍ଦ୍ରର ବୋଲି ଜଣାପଡ଼ିଛି। ସେହିପରି ଆଜି କରୋନାରେ ଆଉ ୧୧ ଜଣଙ୍କ ପ୍ରାଣହାନି ହୋଇଛି।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ପୁଣି ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ରେକର୍ଡ କରିଛି। ଖୋର୍ଦ୍ଧାରୁ ୭୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୬୭, ପୁରୀରୁ ୩୧୦, ବଲାଙ୍ଗିରରୁ ୧୯୭, ସୁନ୍ଦରଗଡ଼ରୁ ୧୯୫, ଯାଜପୁରରୁ ୧୫୬, କେନ୍ଦ୍ରାପଡ଼ାରୁ ୧୪୩, ରାୟଗଡ଼ାରୁ ୧୩୬, ମୟୂରଭଞ୍ଜରୁ ୧୩୩, ସମ୍ବଲପୁର ଓ ବାଲେଶ୍ୱରରୁ ୧୩୦ ଲେଖାଏଁ, ନୂଆପଡ଼ାରୁ ୧୧୬, ଅନୁଗୁଳରୁ ୧୦୮, କୋରାପୁଟରୁ ୯୯, ନବରଙ୍ଗପୁରରୁ ୯୮, ଜଗତସିଂହପୁରରୁ ୯୭, ଝାରସୁଗୁଡ଼ା ଓ ବରଗଡ଼ରୁ ୯୫ ଲେଖାଏଁ, କଳାହାଣ୍ଡିରୁ ୯୩, ଢ଼େଙ୍କାନାଳରୁ ୮୦, କନ୍ଧମାଳରୁ ୭୮, ସୋନପୁରରୁ ୭୪, କେନ୍ଦୁଝରରୁ ୬୩, ଭଦ୍ରକରୁ ୫୩, ଗଞ୍ଜାମରୁ ୪୪, ନୟାଗଡ଼ରୁ ୪୩, ଦେବଗଡ଼ରୁ ୩୪, ମାଲକାନଗିରିରୁ ୨୨, ବୌଦ୍ଧରୁ ୧୯ ଓ ଗଜପତିରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରେ ୨୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ରେ ପହଞ୍ଚିଛି। ସେଥିରୁ ୧,୧୮,୬୪୨ ସୁସ୍ଥ ହୋଇଥିବାବେଳେ ୩୫,୬୭୩ ସକ୍ରିୟ ଅଛନ୍ତି।
ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ଆଉ ୧୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ କଟକରୁ ୪, ବଲାଙ୍ଗିର ଓ ଖୋର୍ଦ୍ଧାରୁ ୨ ଲେଖାଏଁ ଏବଂ କନ୍ଧମାଳ, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୩୭ରେ ପହଞ୍ଚିଛି।