ଦେଶରେ ଆଜି ୪୫,୯୦୩ ନୂଆ କରୋନା ମାମଲା

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ଭୂତାଣୁ ସଂକ୍ରମଣ ଥମି ନଥିବାବେଳେ ଏପର୍ଯ୍ୟନ୍ତ ଟିକା ପ୍ରସ୍ତୁତ ହୋଇନାହିଁ। ଅନ୍ୟପଟେ ଦେଶରେ ଶୀତ ଋତୁର ଆଗମନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖାଦେଇଛି। ଏହି ମଧ୍ୟରେ ପୁଣି ୪୫,୯୦୩ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫,୫୩,୬୫୭ରେ ପହଞ୍ଚିଛି।

ଦେଶରେ ଆଉ ୪୯୦ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧,୨୬,୬୧୧କୁ ବୃଦ୍ଧି ପାଇଛି।

ସେହିପରି ୪୮,୪୦୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୭୯,୧୭,୩୭୩ରେ ପହଞ୍ଚିଛି। ଅନ୍ୟପଟେ ୫,୦୯,୬୭୩ ଜଣ ଚିକିତ୍ସିତ ହେଉଛନ୍ତି।