ଡିଆରଡିଓ ମୁଖ୍ୟାଳୟରେ ଆଣ୍ଟି ସାଟେଲାଇଟ ମିଶାଇଲ ମଡେଲର ଉଦଘାଟନ କଲେ ରାଜନାଥ ସିଂ

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ରାଜଧାନୀ ସ୍ଥିତ ଡିଆରଡିଓ ମୁଖ୍ୟାଳୟରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଷୟିକ ପ୍ରଗତିର ପ୍ରତୀକ ଭାବେ ଦେଖାଯାଉଥିବା ଆଣ୍ଟି ସାଟେଲାଇଟ କ୍ଷେପଣାସ୍ତ୍ର ପ୍ରଣାଳୀର ଏକ ମଡେଲକୁ ଉଦଘାଟନ କରିଛନ୍ତି।
୨୦୧୯ ମସିହା ମାର୍ଚ୍ଚ ୨୯ ତାରିଖରେ ଡିଆରଡିଓ ପକ୍ଷରୁ ଓଡ଼ିଶାର ଚାନ୍ଦିପୁର ଠାରେ ଏହି ଆଣ୍ଟି ସାଟେଲାଇଟ ମିଶାଇଲକୁ ମିଶନ ଶକ୍ତି ଦ୍ୱାରା ସଫଳ ପରୀକ୍ଷଣ କରାଯାଇଥିଲା।

ଡିଆରଡିଓ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଆଣ୍ଟି ସାଟେଲାଇଟ ମିଶାଇଲ ସଫଳତାର ସହିତ ଲୋ ଆର୍ଥ ଅର୍ବିଟରୁ ‘ହିଟ ଟୁ କିଲ୍’ ମୋଡରେ କୌଣସି ବି ଲକ୍ଷକୁ ଟାର୍ଗେଟ କରାଯାଇପାରିବ। ଏଥିରେ ୩ଟିରେ ମିଶାଇଲ ଲାଗିଥିବାବେଳେ ୨ଟି ରକେଟ ବୁଷ୍ଟର ରହିଛି।