ବଲାଙ୍ଗିର ଜିଲ୍ଲାରୁ ଆଜି ୪୫୯ ଚିହ୍ନଟ

ବଲାଙ୍ଗିର, ଏନ୍ଏନ୍ଏସ୍: ଆଜି ବଲାଙ୍ଗିର ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୪୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡିଛି। ବଲାଙ୍ଗିର ସହରରୁ ସର୍ବାଧିକ ୮୫ ଜଣ ଚିହ୍ନଟ ହୋଇଥିବାବେଳେ ଏବେ ସଂକ୍ରମଣ ଗ୍ରାମାଞ୍ଚଳକୁ ବ୍ୟାପୁଥିବା ପରିଲକ୍ଷିତ ହେଉଛି। ଜିଲ୍ଲାର କୁତୁର୍ଲାରୁ ୧୪, ରୁଷୁଢାରୁ ୧୭, କୁସଙ୍ଗରୁ ୨୦, ବୁବେଲରୁ ୨୩ ଓ ବେଲଗାଁରୁ ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୧୪ଜଣ, ବଲାଙ୍ଗିର ବ୍ଲକରୁ ୨୬ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୮୫ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୧୦ଜଣ, ବେଲପଡା ବ୍ଲକରୁ ୩୮ଜଣ, ଦେଓଗାଁ ବ୍ଲକରୁ ୧୭ଜଣ, ଗୁଡଭେଲା ବ୍ଲକରୁ ୨୯ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୨୦ଜଣ, ଖପ୍ରାଖୋଲ ବ୍ଲକରୁ ୨୫ଜଣ, ଲୋଇସିଂହା ବ୍ଲକରୁ ୩୨ଜଣ, ମୁରିବାହାଲ ବ୍ଲକରୁ ୪ଜଣ, ପାଟଣାଗଡ଼ ବ୍ଲକରୁ ୧୧ଜଣ, ପାଟଣାଗଡ଼ ସହରାଞ୍ଚଳରୁ ୧୧ଜଣ, ପୁଇଁନ୍ତଳା ବ୍ଲକରୁ ୩୦ଜଣ, ସଇଁନ୍ତଳା ବ୍ଲକରୁ ୨୯ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ୩୮ଜଣ, ଟିଟିଲାଗଡ ସହରରୁ ୧୭ଜଣ, ତୁଷୁରା ରୁ ୧୧ ଓ ତୁରେକେଲା ବ୍ଲକରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୩୦୯୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୦୫୮୧ ଜ ଜଣ ସୁସ୍ଥ ହୋଇଥିବାବେଳେ ୨୪୬୧ ଜଣ ସକ୍ରିୟ ଥିବା ଜଣାପଡ଼ିଛି।