ଦୁଇଦିନ ପାଟଣା ବଜାର ବନ୍ଦ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉପରେ ରୋକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଞ୍ଚଳ ବଜାରକୁ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି । ପାଟଣା ବଜାର କମିଟି ପକ୍ଷରୁ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ଏବଂ ପାଟଣା ଥାନା ଅଧିକାରୀ ସୋମନାଥ ଜେନାଙ୍କୁ ଶୁକ୍ରବାର ପାଟଣା ବଣିକ ସଙ୍ଘ ତରଫରୁ ବଣିକ ସଙ୍ଘ ସଭାପତି ବୁଲୁ ଭଞ୍ଜ, ଅଜୟଦାଶ, ସହଦେବ ବେହେରା, ଅଜୟ କୁମାର ବେହେରା, ଦାଶରଥୀ ଦାଶ ଓ ସଞ୍ଜୁ ଭଞ୍ଜ ପ୍ରମୁଖ ଲିଖିତ ଭାବେ ଜଣାଇଛନ୍ତି । ଏଥିରେ ବଜାର କମିଟି ତରଫରୁ ପ୍ରତି ଶନିବାର ଓ ରବିବାର ବଜାରକୁ ବନ୍ଦ କରିବା ପାଇଁ ଲଖିତ ଭାବରେ ଶନିବାର ଓ ରବିବାର ପାଟଣା ବଜାର ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଜଣାଇଛନ୍ତି।