କୋଭିଡର ଦ୍ୱିତୀୟ ଲହର: ୧୨ ଲକ୍ଷ ହିତାଧୀକାରୀଙ୍କୁ ଦୁଇମାସ ଚାଉଳ ଦେବେ ସରକାର

ଭୁବନେଶ୍ୱର, ଏନ୍ଏନ୍ଏସ୍: କୋଭିଡ଼ ର ଦ୍ୱିତୀୟ ଲହର ଜନିତ ପରିସ୍ଥିତି କୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମେ’ ମାସରୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମେ’ ଓ ଜୁନ୍ ଦୁଇ ମାସ ପାଇଁ ହିତାଧିକାରୀମାନେ ମାଗଣାରେ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ପାଇବେ । ଏହାଦ୍ୱାରା ୧୨ ଲକ୍ଷ ହିତାଧିକାରୀ ଉପକାର ପାଇବେ ଏବଂ ରାଜ୍ୟ ସରକାର ଏ ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ।