ଦେଶରୁ ଦିନକରେ ଆଉ ୪୪,୮୭୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଆଜି ପର୍ଯ୍ୟନ୍ତ କରୋନା ସଂକ୍ରମଣ ଡର କମିନଥିବା ବେଳେ ଦୈନିକ ୪୦ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଆଜି ଦେଶରୁ ପୁଣି ୪୪,୮୭୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୫୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭,୨୮,୭୯୫ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୨୮,୬୮୮ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୪,୮୪,୫୪୭ ଜଣ ସକ୍ରିୟ ଅଛନ୍ତି। ଅନ୍ୟପକ୍ଷରେ ଦେଶରେ ୮୧,୧୫,୫୮୦ ଜଣ ମୋଟ କରୋନା ରୋଗୀ ଆରୋଗ୍ୟ ହୋଇଥିବାବେଳେ ସେଥିରୁ ଗତ ୨୪ ଘଣ୍ଟାରେ ୪୯,୦୭୯ ଜଣ ଆରୋଗ୍ୟ ହୋଇଛନ୍ତି।