ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୧୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ଦିନକରେ ୧୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଚିହ୍ନଟ ହୋଇଥିବା ଏହି ନୂଆ କରୋନା ଆକ୍ରାନ୍ତଙ୍କ ଭିତରେ ୫୮୫ ଜଣ ସଂଗରୋଧ କେନ୍ଦ୍ରର ଓ ୪୩୩ ଜଣ ଲୋକାଲର ଅଛନ୍ତି।

ସୂଚନାନୁଯାୟୀ, ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୯୪, ମୟୂରଭଞ୍ଜରୁ ୮୬, ଖୋର୍ଦ୍ଧାରୁ ୮୩, କଟକରୁ ୭୩, ବଲାଙ୍ଗିରରୁ ୬୭, ଅନୁଗୁଳରୁ ୬୫, ଜଗତସିଂହପୁରରୁ ୫୧, ସମ୍ବଲପୁରରୁ ୪୬, କଳାହାଣ୍ଡିରୁ ୪୩, ନୂଆପଡ଼ାରୁ ୪୧, ଯାଜପୁରରୁ ୩୯, କେନ୍ଦ୍ରାପଡ଼ା ଓ ପୁରୀରୁ ୩୮ ଜଣ ଲେଖାଏଁ, କେନ୍ଦୁଝରରୁ ୩୫, ଝାରସୁଗୁଡ଼ା ଓ ବରଗଡ଼ରୁ ୨୭ ଜଣ ଲେଖାଏଁ, ବାଲେଶ୍ୱରରୁ ୨୪, ଢ଼େଙ୍କାନାଳରୁ ୨୦, କନ୍ଧମାଳରୁ ୧୯, ନବରଙ୍ଗପୁରରୁ ୧୭, ଗଞ୍ଜାମରୁ ୧୩, କୋରାପୁଟରୁ ୧୨, ନୟାଗଡ଼ରୁ ୧୦, ଭଦ୍ରକରୁ ୯, ସୋନପୁରରୁ ୮, ଗଜପତିରୁ ୭, ଦେବଗଡ଼ରୁ ୪, ମାଲକାନଗିରିରୁ ୩, ବୌଦ୍ଧରୁ ୨ ଜଣ ସହିତ ଷ୍ଟେଟପୁଲରୁ ୧୭ ଜଣ ରହିଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୦୭,୦୦୪ରେ ପହଞ୍ଚିଥିବାବେଳେ ସେଥିରୁ ୨,୯୩,୭୪୧ ଜଣ ସୁସ୍ଥ ହୋଇସାରିଛନ୍ତି। ବର୍ତ୍ତମାନ ୧୧,୭୧୫ ଜଣ ଚିକିତ୍ସାଧୀନ ଅଛନ୍ତି।