ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଶାଶୂ- ବୋହୂଙ୍କର ମୃତ୍ୟୁ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ସମ୍ମୁଖ ଷ୍ଟେଟ ବ୍ୟାଙ୍କ ଶାଖା ପଛପଟ କଲୋନିରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଶାଶୂ ଏବଂ ବୋହୂଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ ବିନୋଦ ଦାଶଙ୍କ ମା’ ସୁନିତା ଓ ସ୍ତ୍ରୀ କାନନ। ସୂଚନା ଅନୁସାରେ, କାନନ ଚା’ କରିବାକୁ ଯାଇ ରୋଷେଇ ଘରେ ଗ୍ୟାସରେ ଦିଆସିଲ୍ ମାରିବା ସମୟରେ ହଠାତ୍ ନିଆଁ ଯୋରରେ ଜଳି ତାଙ୍କ ଦେହରେ ଲାଗିଯାଇଥିଲା। ଶାଶୂ ସୁନିତା ବୋହୂ କାନନକୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଉଭୟଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଉଭୟଙ୍କ ମୃତ୍ୟୁ ଘଟିଛି।