ଜଣେ କୋଭିଡ୍ ଯୋଦ୍ଧାଙ୍କ ସମେତ ୪୪ ନୂତନ ସଂକ୍ରମିତ ଚିହ୍ନଟ

ଫୁଲବାଣୀ,ଖଜୁରିପଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରୁ ଆଜି ଆଉ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଜଣେ କୋଭିଡ୍ ଯୋଦ୍ଧା(ଫୁଲବାରୀ ମୁଖ୍ୟ ଚିକିତ୍ସାଳୟର ଜନୈକ ଡ଼ାକ୍ତର) ଥିବାବେଳେ କଣ୍ଟେନମେଣ୍ଟ ଅଞ୍ଚଳରୁ ୩୦, ସ୍ଥାନୀୟ ୬, ଟିଏମସିରୁ ଫେରିଥିବା ୫ ଏବଂ ଜିଲ୍ଲା ବାହାରେ ୨ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୭ଜଣ ପୁରୁଷ ଥିବାବେଳେ ୧୭ ଜଣ ମହିଳା ଅଛନ୍ତି। ଫୁଲବାଣୀରୁ ୭, ଜି-ଉଦୟଗିରିରୁ ୪, ଦାରିଙ୍ଗବାଡିରୁ ୩, କେ ନୂଆଁଗାଁରୁ ୩, ଟିକାବାଲିରୁ ୨ , କୋଟଗଡରୁ ୨, ତୁମୁଡିବନ୍ଧରୁ ୨, ରାଇକିଆରୁ ୨, ବାଲିଗୁଡାରୁ ୨, ଫିରିଙ୍ଗିଆରୁ ୩, ଖଜୁରିପଡାରୁ ୧୨ ଓ ଅନ୍ୟ ସ୍ଥାନରୁ ୨ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୧୭୭୮ରେ ପହଞ୍ଚିଛି। ଏଥିମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୧୯୭ ଜଣ ସୁସ୍ଥ ହୋଇଛନ୍ତି।