ନୂଆଦିଲ୍ଲୀ, ଏଜେନ୍ସି: ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଡାକ୍ତରଙ୍କ ସାଢେ ୩ଘଣ୍ଟାର ଆକ୍ଳାନ୍ତ ପରିଶ୍ରମ ପରେ ଜଣେ ମହିଳାଙ୍କ ପେଟରୁ ୫୦ କେଜି ଓଜନର ଏକ ଟ୍ୟୁମର ବାହାର କରାଯାଇଛି। ଉକ୍ତ ମହିଳାଙ୍କର ଗତ କିଛିମାସ ହେଲା ଏସ୍ୱଭାବିକ ଭାବେ ଓଜନ ବଢିବାରେ ଲାଗିଥିଲା। ଗୋଟିଏ ମାସରେ ତାଙ୍କର ଓଜନ ୧୦୬କେଜିରେ ପହଞ୍ଚି ଥିଲା। ଏହାପରେ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ପେଟ ବଥା ହୋଇଥିଲା। ପରିବାର ଲୋକେ ଆପୋଲୋ ହସ୍ପିଟାଲରେ ପରୀକ୍ଷା କରିବା ପରେ ତାଙ୍କ ପେଟରେ ଟ୍ୟୁମର ଥିବା ଜଣାପଡିଥିଲା। ଅପରେସନ ପରେ ତାଙ୍କ ପେଟରୁ ୫୦ କେଜି ଓଜନର ଏକ ଟ୍ୟୁମର ବାହାର କରାଯାଇଛି।