ସାମ୍ନାକୁ ଆସିଲା ୪୩ ମନ୍ତ୍ରୀଙ୍କ ନାମ: ଓଡ଼ିଶାରୁ ୨

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂଧ୍ୟା ୬ଟାରେ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ। ମନ୍ତ୍ରୀ ପରିଷଦ ସମ୍ପ୍ରସାରଣରେ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି। ୪୩ ମନ୍ତ୍ରୀଙ୍କ ତାଲିକାରେ ଏମିତି କିଛି ନାମ ସାମିଲ ରହିଛି ଯାହାଙ୍କର ପଦୋନ୍ନତି ହୋଇଛି।

ଶପଥ ନେବାକୁ ଥିବା ୪୩ ମନ୍ତ୍ରୀ ହେଉଛନ୍ତି ନାରାୟଣ ରାଣେ, ସର୍ବାନନ୍ଦ ସନୋବାଲ, ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରଶ, କିରଣ ରିଜିଜୁ, ରାଜ କୁମାର ସିଂ, ହରଦୀପ ପୁରୀ, ମନସୁଖ ମଣ୍ଡାବିୟା, ଭୁପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୁପାଲା, ଜି.କିଶନ ରେଡ୍ଡୀ, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ସିଂହ ବଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରଣଡାଲଜେ, ଭାନୁ ପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ, ମିନାକ୍ଷୀ ଲେଖୀ, ଅନୁପପୂର୍ଣ୍ଣା ଦେବୀ, ଏ ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବୀଏଲ ବର୍ମା, ଅଜୟ କୁମାର, ଦେବସିଂହ ଚୌହାନ, ଭଗବନ୍ତ ଖୁବା, କପିଲ ପାଟିଲ, ପ୍ରତିମା ଭୌମିକ, ସୁଭାଷ ସରକାର, ଭାଗବତ କରାଦ, ରାଜକୁମାର ରଞ୍ଜନ ସିଂହ, ଭାରତୀ ପ୍ରବୀଣ ପାୱର, ବିଶେଶ୍ୱର ଟୁଡୁ, ଶାନ୍ତୁନ ଠାକୁର, ମୁଞ୍ଜାପାରା ମହେନ୍ଦ୍ର ଭାଇ, ଜୋନ ବରାଲା, ଏଲ ମୁର୍ଗୁନ ଓ ନିଶିତ ପ୍ରମାଣିକ।