ମୋଦୀ କ୍ୟାବିନେଟରେ ୭ ମନ୍ତ୍ରୀଙ୍କ ପଦୋନ୍ନତି

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟର ସମ୍ପ୍ରସାରଣରେ ୪୩ ମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୋଟିଏ ପଟେ ପ୍ରଦର୍ଶନ ଆଧାରରେ କିଛି ମନ୍ତ୍ରୀଙ୍କୁ ବିଦା କରାଯାଇଥିବାବେଳେ ଅନ୍ୟପଟେ ଆଉ କିଛିଙ୍କୁ ପଦୋନ୍ନତି ମିଳିଛି। ଏଥିରେ ୩୬ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିବାବେଳେ ୭ ଜଣଙ୍କୁ ପଦୋନ୍ନତି ମିଳିଥିବା ନେଇ ସୂଚନା ମିଳିଛି।

ପଦୋନ୍ନତି ହୋଇଥିବା ମନ୍ତ୍ରୀଙ୍କ ମଧ୍ୟରେ ପୁରୁଷୋତ୍ତମ ରୁପାଲା, ଅନୁରାଗ ଠାକୁର, ମନସୁଖ ମଣ୍ଡାବିୟା, ଆର କେ ସିଂହ, ହରଦୀପ ସିଂହ ପୁରୀ, ଜୀ କିଶନ ରେଡ୍ଡୀ ଓ କିରନ ରିଜିଜୁ ରହିଛନ୍ତି।