ବଲାଙ୍ଗିର ଜିଲ୍ଲାରୁ ୪୦୧ କୋଭିଡ ପଜିଟିଭ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ଆଜି ପୁଣି ୪୦୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସଂକ୍ରମିତଙ୍କ ମଧ୍ୟରେ ବଲାଙ୍ଗିର ସହରରୁ ପୁଣି ୭୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗାଁ ବ୍ଲକରେ ସ୍ଥିତି ଚିନ୍ତା ଜନକ ରହିଛି। ଗତକାଲି ଗୋଉରଗୋଠ ଗ୍ରାମପଞ୍ଚାୟତରୁ ୩୦ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଦେଷଣ୍ଢ ଗ୍ରାମପଞ୍ଚାୟତରୁ ୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୭ ଜଣ, ବଲାଙ୍ଗିର ବ୍ଲକରୁ ୧୪ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୭୭ ଜଣ, ବେଲପଡ଼ା ବ୍ଲକରୁ ୨୮ ଜଣ, ଦେଓଗାଁ ବ୍ଲକରୁ ୮୪ ଜଣ, ଗୁଡଭେଲା ବ୍ଲକରୁ ୪୮ ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୨ ଜଣ, ଖପ୍ରାଖୋଲ ବ୍ଲକରୁ ୨ ଜଣ, ଲୋଇସିଂହା ବ୍ଲକରୁ ୧୦ ଜଣ, ପାଟଣାଗଡ଼ ବ୍ଲକରୁ ୭ ଜଣ, ପାଟଣାଗଡ ସହରାଞ୍ଚଳରୁ ୫ ଜଣ, ପୁଇଁନ୍ତଳା ବ୍ଲକରୁ ୨୦ ଜଣ, ସଇଁନ୍ତଳା ବ୍ଲକରୁ ୩୮ ଜଣ, ଟିଟିଲାଗଡ଼ ସହରାଞ୍ଚଳରୁ ୩ ଜଣ, ତୁଷୁରାରୁ ୧୬ ଜଣ ଓ ତୁରେକେଲା ବ୍ଲକରୁ ୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୮,୧୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪,୮୮୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩୨୧୮ ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି।