ବାଇକ୍ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ୍

ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆ ବଜାର ଚାରିଛକ ନିକଟରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଡ଼ିକି ଭାଙ୍ଗି ୪୦ ହଜାର ଟଙ୍କୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଏନେଇ ରାଇକିଆ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଖବର ପ୍ରକାରେ, ରାଇକିଆ ବ୍ଲକ୍ ଅନ୍ତର୍ଗତ ରଣବା ପଞ୍ଚାୟତର କାନପୁର ଗ୍ରାମର ବିଧନ ବିଶୋୟୀ ରାଇକିଆ ଷ୍ଟେଟ୍ ବ୍ୟାଙ୍କରେ ଥିବା ତାଙ୍କର ଜମାଖାତାରୁ ୪୦ ହଜାର ଟଙ୍କା ଉଠାଇ ଗାଁକୁ ଫେରୁଥିବା ବେଳେ ବଜାର ଛକ ନିକଟରେ ବାଇକ ରଖି କିଛି ଜିନିଷ କିଣୁଥିଲେ। ତେବେ ଜିନିଷ କିଣି ସେ ବାଇକ୍ ନିକଟକୁ ଆସି ଦେଖିବା ବେଳେ ତାଙ୍କର ଡ଼ିକି ଭାଙ୍ଗାଯିବା ସହିତ କେହି ଦୁର୍ବୃତ୍ତ ଟଙ୍କା ଲୁଟ୍ କରିଥିବା ସେ ଦେଖିବାକୁ ପାଇ ତୁରନ୍ତ ରାଇକିଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ତୁରଣ ତପନ ବେହେରା ସୂଚନା ଦେଇଛନ୍ତି।