ରାଜ୍ୟରେ କରୋନାରୁ ଆରୋଗ୍ୟ ହେଲେ ଆଉ ୭୨ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି। ଏହି ମଧ୍ୟରେ ଦିନକରେ ଆଉ ୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୬ରେ ପହଞ୍ଚିଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ୧୧ ଜଣ, ମୟୂରଭଞ୍ଜରୁ ୮ ଜଣ, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୬ ଜଣ, ଅନୁଗୁଳ ଓ ଯାଜପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ବର୍ତ୍ତମାନ ୬୮୨ ଜଣ କରୋନା ରୋଗୀ ଚିକିତ୍ସାଧୀନ ରହିଛନ୍ତି। ସୂଚନା ଅନୁସାରେ ଆଜି ରାଜ୍ୟରେ ୧୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୭୧୯ ପାର ହୋଇଛି। ସେହିପରି କରୋନାରେ ୧୯୧୮ ଜଣଙ୍କ ମୃତ୍ୟୁ ହୋଇଛି।