ଲକଡାଉନ ଅମାନିଆଙ୍କଠାରୁ ୪୦ହାଜରରୁ ଊର୍ଦ୍ଧ୍ୱ ଜୋରିମାନା ଆଦାୟ, ୨୦ରୁ ଊର୍ଦ୍ଧ୍ୱ ବାଇକ ଜବତ

ଦେବଗଡ଼,ଏନ୍ଏନ୍ଏସ୍ : ରାଜ୍ୟର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଥିବାବେଳେ ଦେବଗଡ଼ ଜିଲ୍ଲାରେ କେତେକ ଅମାନିଆ ବିଭିନ୍ନ ଆଳ ଦେଖାଇ ଆଇନ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାସାରା ଚେକିଂ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି। ଏହି କ୍ରମରେ ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାର ଆଦର୍ଶ ଥାନା, ବାରକୋଟ, ରିଆମାଳ ଓ କୁଣ୍ଢେଇଗୋଳା ଥାନା ପୁଲିସ ପକ୍ଷରୁ ୩୦ରୁ ଊର୍ଦ୍ଧ୍ୱ ବାଇକ ଜବତ କରିଥିବାବେଳେ ଅମାନିଆଙ୍କଠାରୁ ୪୦ହାଜରରୁ ଊର୍ଦ୍ଧ୍ୱ ଜୋରିମାନା ଆଦାୟ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।