୧୫୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ବୈପାରିଗୁଡ଼ା,ଏନ୍ଏନ୍ଏସ୍: ବୈପାରୀଗୁଡ଼ା ପୁଲିସ ୧୫୦  କିଲୋଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଲକଡାଉନ ଥିବାରୁ ଥାନାଧିକାରୀ ରଘୁନାଥ ମାଝୀ ଓ ଏସଆଇ ଘାସିରାମ ସେଠୀ ଥାନା ସମ୍ମୁଖରେ ସମସ୍ତ ଗାଡ଼ି ଯାଞ୍ଚ କରୁଥିବାବେଳେ ଏନଏଚ୍-୪୬ଏଏଫ ୫୯୦୩  ନମ୍ବର ବିଶିଷ୍ଟ ଏକ ଟ୍ରକକୁ ମଧ୍ୟ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସମୟରେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଓଜନ କରିବା ପରେ  ଟ୍ରକରେ୧୫୦  କିଲୋଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପୁଲିସ ଗଞ୍ଜେଇ ସହ ଟ୍ରକକୁ ଜବତ କରି ଚୋରା ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମହାରାଷ୍ଟ୍ରର ବୋଲି  ଥାନାଧିକାରୀ ସୂଚନା ଦେଇଛନ୍ତି।