ରାଜ୍ୟରେ ସୁସ୍ଥ ହେଲେ ଆଉ ୮,୪୦୧ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୮,୪୦୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୪ଲକ୍ଷ ୩୧ହଜାର ୬୫୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୮୨୫, ସୁନ୍ଦରଗଡ଼ରୁ ୯୩୧, କଟକରୁ ୪୮୧, ନବରଙ୍ଗପୁରରୁ ୩୪୬, ଝାରସୁଗୁଡ଼ାରୁ ୩୪୩, ଷ୍ଟେଟପୋଲରୁ ୩୩୮, ଅନୁଗୁଳରୁ ୩୨୨, ମୟୁରଭଞ୍ଜରୁ ୩୦୮, ସମ୍ବଲପୁରରୁ ୩୦୭, ନୂଆପଡ଼ାରୁ ୨୯୭, ପୁରୀ ଜିଲ୍ଲାରୁ ୨୮୭ ଜଣ ରହିଛନ୍ତି। ସେହିପରି ବରଗଡ଼ରୁ ୨୭୦, ଯାଜପୁରରୁ ୨୪୦, ବଲାଙ୍ଗିର ଓ କେଉଁଝରରୁ ୨୩୪ ଲେଖାଏଁ, ଗଞ୍ଜାମରୁ ୨୨୨, ବାଲେଶ୍ୱରରୁ ୨୦୦, ଗଜପତିରୁ ୧୫୭, ରାୟଗଡ଼ାରୁ ୧୪୭, କଳାହାଣ୍ଡିରୁ ୧୨୩, ନୟାଗଡ଼ରୁ ୧୨୦, ସୋନପୁରରୁ ୧୧୨, ଜଗତସିଂହପୁରରୁ ୧୦୯, ଦେଓଗଡ଼ରୁ ୯୬, କେନ୍ଦ୍ରାପଡ଼ାରୁ ୮୫, କୋରାପୁଟରୁ ୭୬, ଭଦ୍ରକରୁ ୬୭, କନ୍ଧମାଳରୁ ୫୩, ମାଲକାନଗିରିରୁ ୨୬, ଢେଙ୍କାନାଳରୁ ୨୫ ଓ ବୌଦ୍ଧ ଜିଲ୍ଲାରୁ ୨୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୧୨ହଜାର ୪୦୦ ହୋଇଥିବାବେଳେ ୪ଲକ୍ଷ ୩୧ହଜାର ୬୫୮ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୧୪୦ଜଣ ସୁସ୍ଥ ହୋଇଛନ୍ତି ଓ ୭୮ହଜାର ୫୪୯ଜଣ ଚିକିତ୍ସିତ ହେଉଛନ୍ତି।