- କଟକ: ଏକକାଳୀନ ୪ କନ୍ୟା ସନ୍ତାନଙ୍କୁ ଜନ୍ମଦେଲେ ଜଣେ ମହିଳା। ଏସସିବି ମେଡିକାଲରେ ଘଟିଛି ଏହି ବିରଳ ଘଟଣା। ନୟାଗଡ଼ ଶରଣକୁଳର ଜଣେ ମହିଳାଙ୍କ ଗର୍ଭରେ ୪ଟି ଶିଶୁ ସନ୍ତାନ ଥିବା ଚିକିତ୍ସା ପରେ ଜଣାପଡିଥିଲା। ସମସ୍ତ ଶିଶୁଙ୍କୁ ସୁରକ୍ଷିତଭାବେ ପ୍ରସବ କରାଇବା ନେଇ ଏକ ଡାକ୍ତରୀ କମିଟି ମଧ୍ୟ ଏସସିବିରେ ଗଠନ ହୋଇଥିଲା। ଶେଷରେ ଆଜି ଅପରାହ୍ନରେ ମହିଳା ଜଣଙ୍କ ୪ଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ମହିଳାଙ୍କ ପ୍ରସବ କରାଇବା ସହଜ ନଥିଲା । ତେଣୁ କଟକ ବଡ଼ ମେଡିକାଲରେ ମହିଳା ଜଣଙ୍କ ଭର୍ତ୍ତି ହୋଇଥିଲେ। ଏଥିପାଇଁ ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗର ମୁଖ୍ୟ ଡାକ୍ତର ତୁଷାର କରଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇଥିଲା। ଫଳରେ ସୁରକ୍ଷିତ ପ୍ରସବ କରାଇଥିଲେ ଡାକ୍ତରୀ ଟିମ। ବର୍ତ୍ତମାନ ଉଭୟ ଶିଶୁ ଏବଂ ମା’ର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲରହିଥିବା ଜଣାପଡିଛି।