- କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝର ଭୂଆଁ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ଗୋଟିଏ ପରିବାରର ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ସାନ ଭଉଣୀକୁ ହାଣି ବଡ଼ ଭଉଣୀ ନିଜେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି। ଏହି ଗ୍ରାମର ଭିକାରୀ ଦେହୁରୀ ତାଙ୍କ ସ୍ତ୍ରୀ ଜେମା ଦେହୁରୀଙ୍କ ସହ ବିଲକୁ କାମ କରିବାକୁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ଫେରିବା ପରେ ଗୋଟିଏ ଘର ଭିତରୁ କବାଟ ବନ୍ଦ ରହିଥିବା ଦେଖିବାକୁ ପାଇଥିଲେ। କବାଟ ଭାଙ୍ଗି ଦେଖିବା ପରେ ସାନ ଝିଅ ଋକ୍ମଣି ଦେହୁରୀ(୧୪)ର ମୃତ୍ୟୁ ହୋଇଥିବା ବେଳେ ବଡଝିଅ କ୍ଷୀରମଣୀ ଦେହୁରୀ(୧୭)ଫ୍ୟାନରେ ଝୁଲିଛନ୍ତି। ସାନ ଭଉଣୀକୁ ହତ୍ୟା କରି ବଡ ଭଉଣୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।