ପୁରୀରେ ପହଞ୍ଚିଲା ୪ର୍ଥ ପର୍ଯ୍ୟାୟ ରଥ କାଠ

ପୁରୀ,ଏନ୍ଏନ୍ଏସ୍: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀରେ ପହଞ୍ଚିଛି ୪ର୍ଥ ପର୍ଯ୍ୟାୟ ରଥ କାଠ। ଏହି ପର୍ଯ୍ୟାୟରେ ବୌଦ୍ଧରୁ ୪୫ ଖଣ୍ଡ ଅସନ ଓ ଧଉରା କାଠ ପହଞ୍ଚିଛି। ସୋମବାର ନୟାଗଡ଼ ବନଖଣ୍ଡରୁ ତୃତୀୟ ପର୍ଯ୍ୟାୟରେ ୧୭ଟି ଧଉରା ଓ ଅସନ କାଠ ଆସିଥିଲା।

ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି। ତେବେ ୭୯୬ ଖଣ୍ଡରୁ ଆଜି ପର୍ଯ୍ୟନ୍ତ ମୋଟ ୧୨୪ ଖଣ୍ଡ ବର୍ତ୍ତମାନ ସୁଦ୍ଧା ପୁରୀରେ ପହଞ୍ଚିଥିବା ବେଳେ ବଳକା କାଠ ପର୍ଯ୍ୟାୟକ୍ରମେ ଆସି ପହଞ୍ଚିବ। ଗତ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା।

ଆସନ୍ତା ଅକ୍ଷୟ ତୃତୀୟା ଦିନ ୩ ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ୩ ରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତ କଳରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି।